ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ

Spread the love

ନିରାକାରପୁର,୭.୬ : ଖୋର୍ଦ୍ଧା ଶିକ୍ଷା ଜ଼ିଲ୍ଲା ନିରାକାରପୁର ସ୍ଥିତ କ୍ଷେତ୍ରବାସୀ ଉଚ୍ଚ ବିଦ୍ୟାଳୟ କୁ ରାଜ୍ୟ ସରକାର ଙ୍କ ଦ୍ୱିତୀୟ ଦଫାରେ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଅନାର୍ଭୁକ୍ତ କରିଛନ୍ତି l ଏହି ପ୍ରରିପ୍ରେକ୍ଷୀରେ ଆଜି ଟାଙ୍ଗୀ ବ୍ଲକ ର ଚାରୋଟି ବିଦ୍ୟାଳୟ ମଧ୍ୟରେ ନିରାକାରପୁର କ୍ଷେତ୍ରବାସୀ ଉଚ୍ଚ ବିଦ୍ୟାଳୟ ଠାରେ ଗୋଦାବରୀଶ ଆଦର୍ଶ ଶିକ୍ଷା ବିଦ୍ୟାଳୟ ପାଇଁ ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମ ଟାଙ୍ଗୀ ବ୍ଲକ ଉପାଧ୍ୟାକ୍ଷ ଦୁର୍ଗା ପ୍ରସାଦ ନାଥଶର୍ମା ଙ୍କ ଦ୍ୱାରା ହୋଇଯାଇଅଛି l ଅନ୍ୟ ମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷୟିତ୍ରୀ ସ୍ନିଗ୍ଧା ଛୋଟରାୟ, ଏସଏମସି ସଭାପତି ରବି ନାରାୟଣ ବାହିନୀପତି, ଅlଲମୁନି ସଭାପତି ରବୀନ୍ଦ୍ର ରାଉତରାୟ, ସହ ସମ୍ପାଦକ ଦୀପକ କୁମାର ପ୍ରଧାନ, ବିଧାୟକ ଙ୍କ ପ୍ରତିନିଧି ଭାଗିରଥି ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ l ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ lଖୁବ ଶୀଘ୍ର ଏହା ର କାର୍ଯ୍ୟ ଆରମ୍ଭ ହେବବୋଲି ସୂଚନା ମିଳିଛି l ରାଜ୍ୟ ସରକାର ଙ୍କ ଏହି ଯୋଜନା ରେ ପୂର୍ଣ୍ଣାଙ୍ଗ ଆଦର୍ଶ ବିଦ୍ୟାଳୟ ପାଇଁ ପ୍ରାୟ ୬ ରୁ ୭ କୋଟି ବ୍ୟୟ ଅଟକଳ ହୋଇଛି l = ଖୋର୍ଦ୍ଧା ଜିଲ୍ଲା ରୁ ସୂର୍ଯ୍ୟକାନ୍ତ ଦଳାଇ


Spread the love

Leave a Reply

Your email address will not be published. Required fields are marked *