ବର୍ତ୍ତମାନ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବହୁଳ ବ୍ୟବହାରକୁ ନଜରରେ ରଖି ବାରିପଦା ସହରର ଯୁବ ଉଦ୍ୟୋଗପତି ଶ୍ରୀ ଶିବାଦିତ୍ୟ ପଣ୍ଡା ଏହାକୁ ଏକ ନୂତନ ଶୀର୍ଷ କୁ ନେଇ ଯାଇଛନ୍ତି । ୨୦୧୩ ମସିହାରେ ଅଳକା ଇନଫୋଟେକ ନାମକ କମ୍ପ୍ୟୁଟର ଅନୁଷ୍ଠାନ ରୁ ଆରମ୍ଭ ହୋଇ ଆଜି ଆଇଟି କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ରେ ପାଦ ଦେଇଛନ୍ତି । ଅନୁଷ୍ଠାନ ର ଆରମ୍ଭ ଦିନରୁ ପିଲାମାନଙ୍କୁ କମ୍ପ୍ୟୁଟର ଶିକ୍ଷା ଦେବା ସହ ସେମାନଙ୍କ ନିଯୁକ୍ତି ର ସୁଯୋଗ ମଧ୍ୟ ସୃଷ୍ଟି କରିଛନ୍ତି । ବର୍ଷ ଗଢ଼ିବା ସହ ନୂଆନୂଆ ଅଧ୍ୟାୟ ତାଙ୍କ ଅନୁଷ୍ଠାନ ସହ ଯୋଡ଼ି ହୋଇଯାଇଛି । ତାଙ୍କର ବ୍ୟକ୍ତିଗତ ସ୍ବାର୍ଥ କୁ ପଛରେ ରଖି ସେ ସବୁବେଳେ ସମାଜ ତଥା ନିଜ ଅଞ୍ଚଳର ଉନ୍ନତି କଥା ଚିନ୍ତା କରି ଫିକ୍ସୋଇନ ଆପ ଆରମ୍ଭ କରିଥିଲେ ଯାହା ମାଧ୍ୟମରେ ସହରବାସୀ ଘରେ ବସି ସମସ୍ତ ଆବଶ୍ୟକ ଜିନିଷ କିଣି ପାରିବେ । ଏହା ସହ ଆମ ଅଞ୍ଚଳକୁ ଯେଉଁ ପର୍ଯ୍ୟଟକମାନେ ଆସୁଛନ୍ତି ସେମାନଙ୍କ ପାଇଁ ଫିକ୍ସୋଇନ ଟୁର ଓ ଟ୍ରାଭେଲସ ମାଧ୍ୟମରେ ସେବା ଯୋଗାଇ ଆସୁଛନ୍ତି ।
ସମସ୍ତ ସେବା କୁ ସହଜ ରୁ ଅତି ସହଜ କରିବା ପାଇଁଁ ଫିକ୍ସୋଇନ ବିଜନେସ ଡାଇରେକ୍ଟୋରି ଆରମ୍ଭ କରାଯାଇଛି ଯାହାକି ଗୁଗୁଲ ପରି ଆଞ୍ଚଳିକ ସରଚ ଇଞ୍ଜିନ। ସହରବାସୀ ତଥା ଜିଲ୍ଲାବାସୀଙ୍କ ସ୍ବର ଭାବେ ଏମବିଜେ ଟାଇମ୍ସ ମଧ୍ୟ ଆଗାମୀ ଦିନରେ ଜନସ୍ବାର୍ଥ ମାମଲା ଗୁଡିକୁ ଜନ ସମ୍ମୁଖ କୁ ଆଣିବା ଲକ୍ଷ୍ୟ ରଖିଛନ୍ତି ।
ଆୟୋଜିତ ସଭାର ପ୍ରାରମ୍ଭ ରେ ଶ୍ରୀମତୀ ଅର୍ପିତା ପଣ୍ଡା ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାରତୀ ହାଁସଦା, ମାସା ଆର୍ମି ରାଜ୍ୟ ଅଧ୍ୟକ୍ଷ ଶ୍ରୀମାନ ସୁକୁଲାଲ ମାର୍ଣ୍ଡି, ପୂର୍ବତନ ବାରିପଦା ମ୍ୟୁନିସିପାଲଟି ଉପାଧ୍ୟକ୍ଷା ଶ୍ରୀମତୀ ଦୀପ୍ତିଲତା ମିଶ୍ର ଏବଂ ଅଳକା ଇନଫୋଟେକ ର ଚେୟାର ପର୍ସନ ଶ୍ରୀମତୀ ଅଳକା ପଣ୍ଡା ଙ୍କ ଉଦ୍ଦେଶ୍ୟରେ ସ୍ଵାଗତ ଅଭିଭାଷଣ ଦେଇଥିଲେ ଏବଂ ଶ୍ରୀମତୀ ପ୍ରିୟଙ୍କା ପାଣିଗ୍ରାହୀ ସମସ୍ତ ଅତିଥିଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ । ସମସ୍ତ ଅତିଥିଙ୍କ ଉପସ୍ଥିତିରେ ଶ୍ରୀମତୀ ଅଳକା ପଣ୍ଡା ଲାଲଫିତା କାଟି ଫିକ୍ସୋଇନ ବିଜନେସ ଡାଇରେକ୍ଟୋରି ଏବଂ ଏମବିଜେ ଟାଇମ୍ସ ର ଶୁଭାରମ୍ଭ କରିଥିଲେ । ଶ୍ରୀମାନ ମାର୍ଣ୍ଡି ଶିବାଦିତ୍ୟ ପଣ୍ଡା ଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ଏମବିଜେ ଟାଇମ୍ସ ବାରିପଦା ସର୍ବସାଧାରଣଙ୍କ ସ୍ବର ହେବ ବୋଲି କହିଥିଲେ ଏବଂ ଶ୍ରୀମତୀ ହାଁସଦା ଅଳକା ଇନଫୋଟେକ ତଥା ଫିକ୍ସୋଇନ ଗ୍ରୁପ ଅଫ୍ ସର୍ଭିସ ଉତ୍ତରତର ବିକାଶ କାମନା କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଈଶ୍ୱର ଚନ୍ଦ୍ର ସ୍ମୃତି ସମ୍ମାନ ଜରିଆରେ ସମାଜସେବୀ, ସାମ୍ବାଦିକ ଭାଇ , ସ୍ନାତକ ଛାତ୍ରଛାତ୍ରୀ ତଥା ବିଭିନ୍ନ ବ୍ୟବସାୟ ସହଯୋଗୀମାନଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ଶ୍ରୀଯୁକ୍ତ ପଣ୍ଡା ସରୋଜ ମହାନ୍ତ, ଦିପଙ୍କର ମହାନ୍ତ, ରୋଲି ଗିରି, ବିବେକାନନ୍ଦ ହେମ୍ବ୍ରମ, ଅଜିତ ବାରିକ, ଦିନେଶ ଶତପଥୀ ତଥା ଅନ୍ୟ ସହଯୋଗୀ ମାନଙ୍କୁ ଧନ୍ୟବାଦ ଦେବା ସହ ଉନ୍ନତି ର ଶୀର୍ଷରେ ପହଞ୍ଚିବା ବୋଲି କହିଥିଲେ । ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି ସମୀକ୍ଷା ଶତପଥୀ ସରସ୍ଵତୀ ନିଉଜ।












Leave a Reply