ବୋଝେଇ ଟ୍ରକକୁ ଜବଦ କାଲା ଚାନ୍ଦବାଲି ପୋଲିସ,

Spread the love

ବୋଝେଇ ଟ୍ରକକୁ ଜବଦ କାଲା ଚାନ୍ଦବାଲି ପୋଲିସ,

ଚାନ୍ଦବାଲି ଜଳ ସମ୍ପଦ ବିଭାଗ ଡାକବଙ୍ଗଳା ରେ ଦୀର୍ଘ ବର୍ଷ ହେଲା ଗଛିତ ଥିବା ବହୁ ମୂଲ୍ୟବାନ ପୁରୁଣା ଯନ୍ତ୍ରାସକୁ ବିନା ଟେଣ୍ଡରରେ ବିକ୍ରି ଉଦ୍ୟମ ସହ କବାଡି ଖାନାକୁ ଟ୍ରକ ମାଧ୍ୟମରେ ବୁହା ହେବା ବେଳେ ସ୍ଥାନୀୟ ବାସିନ୍ଦା ଅଟକାଇବା ସହ ଗଣମାଧ୍ୟମ ଓ ପୋଲିସ କୁ ଖବର ଦେଇଥିଲେ l ଛୁଟି ଦିନରେ ଜଳ ସମ୍ପଦ କାର୍ଯ୍ୟଳୟ ବନ୍ଦ ଥିବା ବେଳେ ଗେଷ୍ଟ ହାଉସ ପରିସରରେ ଟ୍ରକରେ ଯନ୍ତ୍ରାଶ ଟ୍ରକ ମାଧ୍ୟମରେ ସ୍ଥାନାନ୍ତର ହେବା ଓ ଘଟଣା ସ୍ଥଳରେ ଜଳ ସମ୍ପଦ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ନ ରହିବା ତାହା ସ୍ଥାନୀୟ ବାସୀଙ୍କର ସନ୍ଦେହ ଉପୁଡିଥିଲା l ସେହି ପୁରୁଣା ଯନ୍ତ୍ରାସ ଆନୁମାନିକ ମୂଲ୍ୟ 70ରୁ 80ଲକ୍ଷ ଟଙ୍କା ହେବ ବୋଲି ଚର୍ଚ୍ଚା ଚାଲିଛି. କେଉଁ କାରଣରୁ ତାହା ଟେଣ୍ଡର ହୋଇ ନଥିଲା ତାହା ପ୍ରଶ୍ନ ବାଚୀ. ତେବେ ଯନ୍ତ୍ରଂଶ ନେବାକୁ ଆସିଥିବା ମାନସ ସାମଲ ନାମକ ବ୍ୟକ୍ତି ମୋତେ ଯେ ଈ ପଠାଇଛନ୍ତି ବୋଲି କହିଛନ୍ତି. ଅନ୍ୟପଟେ ଜଳସମ୍ପଦ ବିଭାଗର ଏସଡ଼ିଓ କହିଛନ୍ତି ମୁଁ ଏ ବାବଦରେ ଜାଣିନାହିଁ.ମୋତେ ଏ ବାବଦରେ ଯେଇ କିଛି ଜଣାଇନାହାନ୍ତି. ଉପରିଷ୍ଠ ଅଧିକାରୀ ତଦନ୍ତ କରିବାକୁ ଅଂଚଳବାସୀ ଦାବି କରିଛନ୍ତି.


Spread the love

Leave a Reply

Your email address will not be published. Required fields are marked *