ମୟୂରଭଞ୍ଜ : ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ସାରସକଣାରେ ପ୍ରଧାନଆଚାର୍ଯ୍ୟ ଶ୍ରୀଯୁକ୍ତ ଲଷ୍ମୀକାନ୍ତ ବେହେରାଙ୍କ ଅଧକ୍ଷତାରେ ବନ ମହୋତ୍ସବ ପାଳନ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଗୁରୁଜୀ ଶ୍ରୀଯୁକ୍ତ ପ୍ରଶାନ୍ତ ସାହୁ ଯୋଗଦେଇ ଶିଶୁମାନଙ୍କ ସହ ଗଛ ଲଗାଇଥିଲେ ଏବଂ ଇକୋ କ୍ଲବ ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ଅନୁପମ ଜେନା ଗଛ ଲଗାଇବା କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ l ଉକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଶିଶୁ ବିଦ୍ୟାମନ୍ଦିରର ବିପ୍ଳବ ଗୁରୁଜୀ ଅନୀଲ ଗୁରୁଜୀ, ଛବି ଗୁରୁମା ଏବଂ ଶିଶୁ ଭାଇ ଭଉଣୀମାନେ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।
ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି ସମୀକ୍ଷା ଶତପଥୀ ଙ୍କ ରିପୋର୍ଟ ସରସ୍ୱତୀ ଖବର














Leave a Reply