ମାଛ ଚୋରି ସନ୍ଦେହରେ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିର୍ମମ ଆକ୍ରମଣ

Spread the love

ମାଛ ଚୋରି ସନ୍ଦେହରେ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିର୍ମମ ଆକ୍ରମଣ ଅଭିଯୋଗ ପରେ ବି ପୋଲିସ ନିଷ୍କ୍ରିୟ, ନ୍ୟାୟ ଦାବିରେ ସାମ୍ବାଦିକ ସମ୍ମିଳନୀ।
​ସତ୍ୟବାଦୀ ଥାନା ଅନ୍ତର୍ଗତ ବାସନ୍ତାପଡ଼ା ଗ୍ରାମର ପଦ୍ମଲୋଚନ ସେନାପତି (ପିତା: ଦଶରଥୀ ସେନାପତି) ପୂର୍ବ ଶତ୍ରୁତା ଓ ମାଛ ଚୋରିର ମିଥ୍ୟା ଅଭିଯୋଗକୁ ନେଇ ଏକ ନିଷ୍ଠୁର ଅତ୍ୟାଚାରର ଶିକାର ହୋଇଛନ୍ତି।
​ପ୍ରମୋଦ ପ୍ରଧାନ, ତାଙ୍କ ଭାଇ ଅହମଦ ପ୍ରଧାନ ଏବଂ ପୁତ୍ର ପ୍ରହ୍ଲାଦ ପ୍ରଧାନ।
​ଏମାନେ “ପଦ୍ମଲୋଚନଙ୍କୁ ମାଛ ଚୋରି କରୁଥିବାର ଦେଖିଛୁ” ବୋଲି କହି ତାଙ୍କୁ ଗାଳିଗୁଲଜ କରିବା ସହ ଏକ ଖୁଣ୍ଟରେ ବାନ୍ଧି ନିର୍ମମ ଭାବେ ମାଡ଼ ମାରିଥିଲେ।
​ଘଟଣାସ୍ଥଳରୁ ପଦ୍ମଲୋଚନଙ୍କ ଦାଦା ଏବଂ ସ୍ଥାନୀୟ ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ।
​ପୀଡ଼ିତ ପଦ୍ମଲୋଚନ ଓ ତାଙ୍କ ପରିବାର ନ୍ୟାୟ ପାଇଁ ସତ୍ୟବାଦୀ ଥାନାର ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା
​ପୋଲିସ ଏଫ୍.ଆଇ.ଆର୍. (FIR) ଗ୍ରହଣ କରୁନାହିଁ।
​ଅଭିଯୁକ୍ତମାନଙ୍କ ବିରୋଧରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।
​ଜଣେ ନିରୀହ ବ୍ୟକ୍ତିଙ୍କୁ ଏଭଳି ଅମାନବୀୟ ଭାବେ ଖୁଣ୍ଟରେ ବାନ୍ଧି ଅତ୍ୟାଚାର କରିଥିବା ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯାଉ ଏବଂ ପୀଡ଼ିତଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରାଯାଉ। ନଚେତ୍ ଆଗାମୀ ଦିନରେ ଏହା ବିରୋଧରେ ବ୍ୟାପକ ଆନ୍ଦୋଳନ କରାଯିବ। ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି


Spread the love

Leave a Reply

Your email address will not be published. Required fields are marked *