ମୟୂରଭଞ୍ଜ: ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସାରସକଣାରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁସୁମବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଆଶିଷ କୁମାର ଗିରି ଓ ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଗଣିତ ଶିକ୍ଷକ ଶ୍ରୀଯୁକ୍ତ ଅଶ୍ୱନୀ କୁମାର ଘୋଷ ଯୋଗ ଦେଇ କୁନି ବୈଜ୍ଞାନିକଙ୍କ ଉର୍ଦ୍ଦେଶରେ ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ଅବସରରେ ସମ୍ମାନିତ ଅତିଥି ଭାବେ ପରିଚାଳନା ସମତିର ସମ୍ପାଦକ ଶ୍ରୀଯୁକ୍ତ ରତିକାନ୍ତ ସେଠୀ ଶିଶୁ ଭାଇ ଭଉଣୀଙ୍କୁ ବୈଜ୍ଞାନିକ ଚିନ୍ତନ ବିଷୟରେ ଆଲୋଚନା କଲେ l
ଉକ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ଆଚାର୍ଯ୍ୟ ଗଣେଶ୍ୱର ଗୁରୁଜୀ ପରିଚାଳନା କରୁଥିଲେ ଏବଂ ବିଦ୍ୟାଳୟର ଗଣିତ ଆଚାର୍ଯ୍ୟ ସଂଜୀବ ପ୍ରଧାନ ଧନ୍ୟବାଦ ପ୍ରାଦନ କଲେ l ଏହି ବିଜ୍ଞାନ ମେଳାକୁ ବିଜ୍ଞାନ ପ୍ରମୁଖ ଅଭିନନ୍ଦନ ସାହୁ ଓ ଅନୁପମ ଜେନା ସଂଯୋଜନା କରୁଥିଲେ l ଉକ୍ତ ବିଜ୍ଞାନ ମେଳାରେ 86 ଟି ବିଜ୍ଞାନ ପ୍ରକଳ୍ପ , ଗଣିତ ପ୍ରକଳ୍ପ, ମୂର୍ତ୍ତିକଳା ଓ ଗଣିତ ପ୍ରୟୋଗ ପ୍ରଦର୍ଶିତ ହୋଇଥିଲା l ଇତି ଅବସରରେ ସମସ୍ତ ଗୁରୁଜୀ ଗୁରୁମା ସେବକ ଓ ସେବିକା ସହଯୋଗ କରିଥିଲେ।
ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି ସମୀକ୍ଷା ଶତପଥୀ ଙ୍କ ରିପୋର୍ଟ ଦରବାର ଟିଭି














Leave a Reply