ଗ୍ଲୋବାଲ୍ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟରେ “ସ୍ଲାଇଡାଥନ୍ ୨୦୨୬”
ବାଲିଅନ୍ତା,୨୫।୩(ନି.ପ୍ର) : ହଂସପାଳ ସ୍ଥିତ ଗ୍ଲୋବାଲ୍ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍ରେ “ସ୍ଲାଇଡାଥନ୍ 2026” ନାମକ ବି-ସ୍କୁଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କଲେଜ ଛାତ୍ରଛାତ୍ରୀମାନଙ୍କର ଉତ୍ସାହଭରା ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭରେ ଅଧ୍ୟକ୍ଷ ଡ଼ଃ ସୁବ୍ରତ କୁମାର ପରିଡାଙ୍କ ସ୍ୱାଗତ ଭାଷଣ ଦେଇଥିଲେ। ସେ କର୍ପୋରେଟ୍ ଜଗତରେ ସୃଜନଶୀଳତା ଏବଂ ପ୍ରେଜେଣ୍ଟେସନ୍ କୌଶଳର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଏଡଟେକ୍ ଉଦ୍ୟମୀ ଏବଂ ସ୍ୱାବଳମ୍ବୀ ଓଡିଶାର ଅଧ୍ୟକ୍ଷ ସଦାଶିବ ମିଶ୍ର ଓ ଏକ୍ସେଲେନ୍ସି ଟ୍ରେନିଂ ସର୍ଭିସେସ୍ ପ୍ରା.ଲି.ର ସଫ୍ଟ୍ ସ୍କିଲ୍ସ ଏବଂ ଲାଇଫ୍ ସ୍କିଲ୍ସ ଟ୍ରେନର୍ ଶ୍ ମନୀଷା ପଣ୍ଡା ଉପସ୍ଥିତ ଥିଲେ। ସେମାନେ ତାଙ୍କର ମୂଲ୍ୟବାନ ମତାମତ ଓ ଅନୁଭବ ଅଂଶୀଦାର କରି ଛାତ୍ରଛାତ୍ରୀମାନଙ୍କୁ ପ୍ରେରିତ କରିଥିଲେ। ଅତିଥିମାନଙ୍କୁ ନିର୍ଦ୍ଦେଶକ ସିଏ ସଂଗ୍ରାମ କେଶରୀ ପଟ୍ଟନାୟକ ଓ ଗଭର୍ନିଂ ବଡି ସଦସ୍ୟା ଗାୟତ୍ରୀ ମହାନ୍ତିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଡିନ୍ ପ୍ରଫେସର ବିପୁଲ କୁମାର ସହିତ ପ୍ରଫେସର ଗୌରୀ ଶଙ୍କର ମହାରଣା, ପ୍ରଫେସର ରାଜାରାମ ରାଉତ, ପ୍ରଫେସର ଦେବାଶିଷ ନନ୍ଦ, ପ୍ରଫେସର ସୁନନ୍ଦା ସେନାପତି, ପ୍ରଫେସର କାଶ୍ୟପ କାନ୍ତି ସାହୁ ଓ ପ୍ରଫେସର ଦେବାଶିଷ ମିଶ୍ର ଉପସ୍ଥିତ ଥିଲେ। କଟକ ଓ ଭୁବନେଶ୍ୱରର ବିଭିନ୍ନ କଲେଜ୍ରୁ ଆସିଥିବା ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ, ଯାହା ଫଳରେ କାର୍ଯ୍ୟକ୍ରମଟି ଉତ୍ସାହପୂର୍ଣ୍ଣ ଓ ପ୍ରତିସ୍ପର୍ଧାମୂଳକ ହୋଇଉଠିଥିଲା।“ସ୍ଲାଇଡାଥନ୍ ୨୦୨୬”ର ଉଦ୍ଦେଶ୍ୟ ଥିଲା ସୀମିତ ସମୟ ମଧ୍ୟରେ ପ୍ରସ୍ତୁତ ପାୱାରପଏଣ୍ଟ ପ୍ରେଜେଣ୍ଟେସନ୍ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ସୃଜନଶୀଳତା, ପ୍ରେଜେଣ୍ଟେସନ୍ କୌଶଳ ଏବଂ କର୍ପୋରେଟ୍ ଚିନ୍ତାଧାରାକୁ ବିକଶିତ କରିବା। ବିଆଇଆଇଟିଏମ ର ଛାତ୍ରୀ ଆନନ୍ଦିତା ଚନ୍ଦ ଓ ଚନ୍ଦ୍ରକାନ୍ତ ବିଶ୍ୱାଲ ବିଜେତା ହୋଇଥିବାବେଳେ ଆଇବିସିଏସ ସୋୟା ର ଓମ୍ ସ୍ୱରୂପ ଓ ସ୍ୱେତା ମଙ୍ଗରାଜ ରନର୍ସ-ଅପ୍ ଘୋଷିତ ହୋଇଥିଲେ। ଏହି କାର୍ଯ୍ୟକ୍ରମଟିକୁ ଡ଼ଃ ତୁଳିକା ସିଂହ ଓ ଡ଼ଃ ଅନ୍ତର୍ଯ୍ୟାମୀ ସାହୁ ପରିଚାଳନା କରିଥିଲେ।













Leave a Reply