ଦଳିତ ପରିବାରଙ୍କୁ କଙ୍ଗାରୁ କୋର୍ଟ କରି ଜୋତାମାଳ ପିନ୍ଧାଇ ବୁଲାଇଥୁବା ଆସାମୀ ଦମୟନ୍ତୀ ଭୋଇଙ୍କୁ ଏମ୍‌ବିକେ ପଦରୁ ବହିଷ୍କାର କରିବା ସହିତ ଗିରଫ କରିବାକୁ ଦାବି

Spread the love

ଆମ୍ଭେ ରାଷ୍ଟ୍ରୀୟ ଦଳିତ ମହାସଭା ଆପଣଙ୍କ ଦୃଷ୍ଟିକୁ ଆଣୁ କି, ସାମ୍ପ୍ରତିକ ସମୟରେ ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଦଳିତମାନଙ୍କ ଉପରେ ନିର୍ଯ୍ୟାତନା ବଢି ବଢି ଗଲିଛି। ଏ ନେଇ ଯେତେ ଅଭିଯୋଗ କଲେ ମଧ୍ୟ ନିର୍ଯ୍ୟାତିତ ପରିବାରଙ୍କୁ ନ୍ୟାୟ ମିଳିପାରୁ ନାହିଁ । ଉଦାହରଣସ୍ୱରୂପ ଗତ ତା୨୬.୦୧.୨୦୨୬ରିଖ ଦିନ ଭଦ୍ରକ ଜିଲ୍ଲା ଦାଁସଡ଼ା ଥାନା ଅନ୍ତର୍ଗତ ଚରଦିଆ ଗ୍ରାମରେ ହୋଇଥିବା କଙ୍ଗାରୁ କୋର୍ଟରେ ନିର୍ଯ୍ୟାତନାର ଶିକାର ଲମ୍ବୋଦର ତରାଇ ଶେଷରେ ବିଷ ପିଇ ଆତ୍ମହତ୍ୟା କରିଥିଲେ । ତାଙ୍କ ଝିଅ ଲକ୍ଷ୍ମୀପ୍ରିୟ ପରିଡ଼ାଙ୍କୁ ଗ୍ରାମ ମଧ୍ୟରେ ଜୋତାମାଳ ପକାଇ ବୁଲାଇବା ସହିତ ତାଙ୍କ ଘରର ସମସ୍ତ ଆସବାବ ପତ୍ର ବୋହି ନେଇଥିଲେ ଏବଂ ଏକଲକ୍ଷ ଟଙ୍କା ଜୋରିମାନା କରିଥିଲେ । ଏ ନେଇ ତାଙ୍କ ପୁତ୍ର ରବି ତରାଇ ସେହିଦିନ ବାଁସଡ଼ା ଥାନାରେ ଲିଖୁତ ଅଭିଯୋଗ କରିଥିଲେ । ତା ୨୬.୧୦.୨୦୨୬ରିଖରେ ୦୦୨୩ ନମ୍ବରରେ ମାମଲା ରୁଜୁ କରାଯାଇଛି । ଇତିମଧ୍ୟରେ ଘଟଣାକୁ ଅନେକ ଦିନ ବିତିଯାଇଥିଲେ ମଧ୍ଯ ଘଟଣାର ମୁଖ୍ୟ ଅଭିଯୁକ୍ତ ଦମୟନ୍ତୀ ଭୋଇଙ୍କୁ ପୁଲିସ୍ ଗିରଫ କରିପାରି ନାହିଁ । ଫଳରେ ଦମୟନ୍ତୀ ଭୋଇ ଗ୍ରାମରେ ରହି ନିର୍ଯ୍ୟାତିତ ପରିବାରକୁ ମାମଲା ପ୍ରତ୍ୟାହାର କରିନେବାକୁ ଧମକ ଦେଉଛନ୍ତି ।

ଏଣୁ ବିନୀତ ଅନୁରୋଧ କରୁକି, ଦମୟନ୍ତୀ ଭୋଇ ଓ ସେମାନଙ୍କ ସହଯୋଗୀଙ୍କୁ ଗିରଫ କରିବା ସହିତ ଅନୁସୂଚିତ ଜାତି ଜନ‌ଜାତି ଆଇନ ଅନୁଯାୟୀ ପୀଡ଼ିତାଙ୍କୁ ତୁରନ୍ତ ସହୟତା ରାଶି ପ୍ରଦାନ କରିବାକୁ ପଦକ୍ଷେପ ଗ୍ରହଣ କଲେ ଆମେ ବିଶେଷ ଉପକୃତ ହେବୁ ।

ଦାବି :

୧. କଙ୍ଗାରୁ କୋର୍ଟ ମାଧ୍ୟମରେ ପୀଡ଼ିତାଙ୍କୁ ଗ୍ରାମରେ ବୁଲାଇ ନିର୍ଯ୍ୟାତନା ଦେଇଥୁବା ଓ ତାଙ୍କ ବାପାର ମୃତ୍ୟୁ ପାଇଁ ଦାୟୀ ଦମୟନ୍ତୀ ଭୋଇଙ୍କୁ ତୁରନ୍ତ ଗିରଫ କରାଯାଉ ।

୨. ଅନୁସୂଚିତ ଜାତି ଜନଜାତି ଅନୁଯାୟୀ ତୁରନ୍ତ କ୍ଷତିପୂରଣ ଯୋଗାଇ ଦିଆଯାଉ ।

୩. ପୀଡ଼ିତା ପରିବାରକୁ ପୁଲିସ୍ ସୁରକ୍ଷା ଯୋଗାଇ ଦିଆଯାଉ ।


Spread the love

Leave a Reply

Your email address will not be published. Required fields are marked *