ବ୍ଲେଣ୍ଡର୍ସ ପ୍ରାଇଡ ପକ୍ଷରୁ ଜେନିଥ ବ୍ଲାକ ଏଡିସନର ଶୁଭାରମ୍ଭ

Spread the love

ବ୍ଲେଣ୍ଡର୍ସ ପ୍ରାଇଡ ପକ୍ଷରୁ ଜେନିଥ ବ୍ଲାକ ଏଡିସନର ଶୁଭାରମ୍ଭ

ବରହମପୁର: ଭାରତର ପ୍ରିମିୟମ ହ୍ୱିସ୍କି ସେଗେମେଂଟର ଏକ ଲିଡର, ବ୍ଲେଣ୍ଡର୍ସ ପ୍ରାଇଡ ପକ୍ଷରୁ ବ୍ଲେଣ୍ଡର୍ସ ପ୍ରାଇଡ ଜେନିଥ ବ୍ଲାକ ଏଡିସନର ଶୁଭାରମ୍ଭ ଘୋଷଣା କରାଯାଇଛି । ଏହା ଏକ ସୀମିତ ସଂସ୍କରଣ ଯାହା ପ୍ରତିଷ୍ଠିତ ବ୍ଲେଣ୍ଡର୍ସ ପ୍ରାଇଡ୍ ମିଶ୍ରଣ ସହିତ ଏକ ବୋଲ୍ଡ କଳା ସୌନ୍ଦର୍ଯ୍ୟକୁ ଏକତ୍ର କରିଛି । ଏକ ଚମତ୍କାର କଳା ରଙ୍ଗର ଡିଜାଇନ୍‌ରେ ଆବୃତ ଏହି ଜେନିଥ ବ୍ଲାକ ଏଡିସନ, ବିଳାସପୂର୍ଣ୍ଣ ଜୀବନଶୈଳୀ ଏବଂ ସ୍ୱତନ୍ତ୍ରତାର ପ୍ରତୀକ । ଏହାକୁ ବିଶେଷ ଭାବରେ ସେହି ସୂକ୍ଷ୍ମଦର୍ଶୀ ହ୍ୱିସ୍କି ପ୍ରେମୀମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ମାତ୍ର ୧୦ ଲକ୍ଷ ବୋତଲ ଉପଲବ୍ଧ ଥିବାରୁ, ଏହି ସଂସ୍କରଣ ଯେତିକି ଦୁର୍ଲଭ, ସେତିକି ମାର୍ଜିତ ମଧ୍ୟ । ବହୁ ପୂର୍ବରୁ ବ୍ଲେଣ୍ଡର୍ସ ପ୍ରାଇଡ ସହିତ ଜଡ଼ିତ ଥିବା କଳା ରଙ୍ଗ, ଏବେ ଏକ ଅଭିନବ ଡିଜାଇନ୍ ମାଧ୍ୟମରେ ମୁଖ୍ୟ ଆକର୍ଷଣ ସାଜିଛି, ଯାହା ପ୍ରିମିୟମ୍ ହ୍ୱିସ୍କିର ମାନଦଣ୍ଡକୁ ପୁନଃ ନିର୍ଦ୍ଧାରିତ କରୁଛି । ସମଗ୍ର ଭାରତରେ ଉପଲବ୍ଧ ହେବାକୁ ଯୋଜନା କରାଯାଇଥିବା ବେଳେ, ବ୍ଲେଣ୍ଡର୍ସ ପ୍ରାଇଡ୍ ଜେନିଥ୍ ବ୍ଲାକ୍ ଏଡିସନ୍ ବର୍ତମାନ କେବଳ କିଛି ସ୍ୱତନ୍ତ୍ର ଷ୍ଟୋରଗୁଡ଼ିକରେ ଉପଲବ୍ଧ ଅଛି ।

ଏସମ୍ପର୍କରେ ପର୍ନୋଡ ରିକାର୍ଡ ଇଣ୍ଡିଆର ସିଏମଓ ଦେବଶ୍ରୀ ଦାସଗୁପ୍ତା କହିଛନ୍ତିଯେ, “ବ୍ଲେଣ୍ଡର୍ସ ପ୍ରାଇଡ ଭାରତରେ ପ୍ରିମିୟମ୍ ହ୍ୱିସ୍କିର ମାନଦଣ୍ଡକୁ କ୍ରମାଗତ ଭାବରେ ପୁନଃ ନିର୍ଦ୍ଧାରିତ କରିଆସୁଛି । ‘ଜେନିଥ୍ ବ୍ଲାକ୍ ଏଡିସନ\’ର ଶୁଭାରମ୍ଭ ବ୍ରାଣ୍ଡ୍‌ର ଏପର୍ଯ୍ୟନ୍ତର ସବୁଠାରୁ ମାର୍ଜିତ ଅଭିବ୍ୟକ୍ତିକୁ ଦର୍ଶାଉଛି । ଏହା ଏକ ଏପରି ବିବର୍ତନ ଯାହା ନିଜର ଚିରସ୍ଥାୟୀ ପରମ୍ପରାକୁ ଏକ ସାହସିକ ଓ ନୂତନ ଡିଜାଇନ୍‌ରେ ରୂପାନ୍ତରିତ କରିଛି । ମାତ୍ର ୧୦ ଲକ୍ଷ ବୋତଲ ମଧ୍ୟରେ ସୀମିତ ଥିବା ଏହି ଜେନିଥ ବ୍ଲାକ ଏଡିସନ ସେହି ବ୍ୟକ୍ତିମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି, ଯେଉଁମାନେ କେବଳ ଶ୍ରେଷ୍ଠତାକୁ ପ୍ରଶଂସା କରନ୍ତି ନାହିଁ, ବରଂ ନିଜେ ସେହି ଶ୍ରେଷ୍ଠତାର ପ୍ରତୀକ ସାଜନ୍ତି ।” ବ୍ଲେଣ୍ଡର୍ସ ପ୍ରାଇଡ ଜେନିଥ ବ୍ଲାକ ଏଡିସନ ସେହିମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି, ଯେଉଁମାନେ ସାଧାରଣରୁ ଊର୍ଦ୍ଧ୍ୱରେ ରହି ‘ଅସାଧାରଣ\’ର ସନ୍ଧାନ କରନ୍ତି । ଏହା ଏକ ଉଚ୍ଚକୋଟୀର ଅନୁଭୂତି ଯାହା ସାଲିସବିହୀନ ଗୁଣବତା ସହିତ ଏକ ଅନନ୍ୟ ସାମଗ୍ରୀର ଅଧିକାରୀ ହେବାର ଗର୍ବ ପ୍ରଦାନ କରେ ।


Spread the love

Leave a Reply

Your email address will not be published. Required fields are marked *